ସକାଳୁ ଖାଲିପେଟରେ ଗଜାବୁଟ ଖାଇବାରେ ଫାଇଦା

ସକାଳୁ ଖାଲିପେଟରେ ଗଜାବୁଟ ଖାଇବାରେ ଫାଇଦା

ଶରୀର ସୁସ୍ଥ ରହିଲେ, ସବୁ କିଛି ଠିକଠାକ୍‌ ଚାଲେ । ଦୈନିକ ଜୀବନ ମଧୁର ହୋଇଉଠେ । ରୋଗ ଥରେ ଗ୍ରାସ କରିଗଲେ ସବୁ ସରିଯାଏ । ଏଣୁ ସୁସ୍ଥ ରହିବା ହିଁ ଜୀବନ । ତାହେଲେ କେମିତି ଆମେ ସୁସ୍ଥ ଓ ନିରୋଗୀ ରହିବା ଆସନ୍ତୁ ଜାଣିବା ।ସକାଳେ ଦୁଇ ମୁଠା ଗଜା ବୁଟ ଖାଇବା ପାଇଁ ଡାକ୍ତର ଅନେକ ସମୟରେ ପରାମର୍ଶ ଦେଇଥାନ୍ତି । ପ୍ରତିଦିନ ସକାଳେ ବୁଟରେ ଲେମ୍ବୁ, ଅଦା, ଲୁଣ, ଗୋଲମରିଚ ମିଶାଇ ଖାଇଲେ ଶରୀର ସୁସ୍ଥ ରହିଥାଏ ।

କାରଣ ଦେଶୀ ବୁଟରେ ପ୍ରଚୁର ପରିମାଣର ପ୍ରୋଟିନ୍,କ୍ଲୋରୋଫିଲ, ଭିଟାମିନ୍ ଏ, ବି, ସି, ଡି ଏବଂ କେ, ଫସଫରସ,  କାର୍ବୋହାଇଡ୍ରେଟ, କ୍ୟାଲସିୟମ, ଆଇରନ, ପୋଟାସିୟମ୍, ଥାଇମିନ୍, ମ୍ୟାଗ୍ନେସିୟମ୍, ମିନେରାଲସ ଏବଂ ଫାଇବର୍ ଥାଏ ।

ପ୍ରତିଦିନ ରାତିରେ କୌଣସି ମାଟି ପାତ୍ର ବା ଚାଇନ୍ ପାତ୍ରରେ ଦେଶୀ ବୁଟ ଭିଜାଇ ସକାଳେ ଖାଆନ୍ତୁ । ଏହାକୁ ସକାଳୁ ଖାଲି ପେଟରେ ଖାଇଲେ ଆପଣଙ୍କ ଶରୀରକୁ କେଉଁ ସବୁ ଫାଇଦା ମିଳିଥାଏ, ଆସନ୍ତୁ ଜାଣିବା…

  1. ସିଝା ହୋଇଥିବା ବୁଟ (Boiled Gram) ପିତ୍ତ ଓ କଫକୁ ଦୂର କରିଥାଏ । 
  2. ଅଙ୍କୁରିତ ବା ଗଜା ବୁଟ (Sprouted gram) କୋମଳ, କ୍ଷୁଧା ବୃଦ୍ଧିକାରୀ, ବୀର୍ଯ ବୃଦ୍ଧିକାରୀ, ଶକ୍ତି ବୃଦ୍ଧିକାରୀ, ରକ୍ତ ସଫା, ପ୍ରୋଟିନରେ ଭରପୂର ତଥା ଥଣ୍ଡା ହୋଇଥାଏ । 

1. ହଜମ ଶକ୍ତି ବଢ଼ାଇଥାଏ ଏବଂ ଉର୍ଜ୍ଜା ସଂଚାର କରେ

  1. ପ୍ରତିଦିନ ସକାଳେ ଗଜାବୁଟକୁ ଖାଇବା ଦ୍ୱାରା ଏହା ପାଚନ ଶକ୍ତି ବୃଦ୍ଧି କରିଥାଏ । ଖାଦ୍ୟ ଠିକରେ ହଜମ ହୁଏ । କୋଷ୍ଠ କାଠିନ୍ୟ ଭଳି ସମସ୍ୟା ଆଉ ଦେଖା ଦେଇନଥାଏ । କାରଣ ଏଥିରେ ଥିବା ଫାଇବର୍‌ ପାଚନ ପାଇଁ ଲାଭଦାୟକ ହୋଇଥାଏ । 
  2. ପ୍ରତିଦିନ ସକାଳୁ ଉଠି ଗଜା ହୋଇଥିବା ବୁଟ ସହ ଅଦା, ଜିରା ଏବଂ ଲୁଣ ମିଶାଇ ସେବନ କରିବା ଦ୍ୱାରା ପାଚନ ତନ୍ତ୍ରକୁ ମଜଭୁତ କରିଥାଏ । 
  3. ଗଜା ବୁଟର ସେବନ କରିବା ଦ୍ବାରା ଏହା ଶରୀରରକୁ ଉର୍ଜା ପ୍ରଦାନ କରିଥାଏ । ଏହା ଦ୍ୱାରା ଆପଣଙ୍କୁ କମଜୋର, ଥକିବା, ଅଳସୁଆ, ଅସୁସ୍ତି ଭଳି ସମସ୍ୟା ବି ଆସିବ ନାହିଁ ।

2. ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ

  1. ଗଜାବୁଟକୁ ସକାଳ ଏବଂ ସନ୍ଧ୍ୟାରେ ଖାଇଲେ  ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ |
  2. ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ କିମ୍ବା ବାରମ୍ବାର ରୋଗରେ ପଡୁଥିଲେ ଗଜା ବୁଟ ଖାଇଲେ ଅନେକ ଲାଭ ମିଳିବ। ଏହା ଦ୍ବାରା ରୋଗ ପ୍ରତିରୋଧକ ଶକ୍ତି ବଢ଼ିବା ସହିତ ଥଣ୍ତା, କାଶ, ଭାଇରାଲ ଜ୍ୱର ଭଳି ଋତୁକାଳୀନ ରୋଗରୁ ମୁକ୍ତି ମିଳିଥାଏ ।
  3. ବୁଟରେ ଭିଟାମିନ୍, ମିନେରାଲ୍ସ, କ୍ଲୋରୋଫିଲ୍ ଏବଂ ଫସଫରସ ପର୍ଯାପ୍ତ ପରିମାଣରେ ରହିଛି । ଯାହା ଫଳରେ ପ୍ରତିଦିନ ଗଜାବୁ ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ ।

3. ପ୍ରଜନନ କ୍ଷମତା ବୃଦ୍ଧି

  1. ଗଜା ବୁଟ ଖାଇଲେ ଶରୀରରେ ପ୍ରଜନନ କ୍ଷମତା ବୃଦ୍ଧି  ପାଇଥାଏ ।
  2. ପୁରୁଷମାନେ ଗଜା ବୁଟକୁ ସେବନ କରିବା ପରେ ଯଦି ଆପଣ ଗୋଟିଏ ଗ୍ଲାସ କ୍ଷୀର ପିଉଛନ୍ତି ତେବେ ଏହା ଆପଣଙ୍କ ଶରୀରରର ଶୂକ୍ରାଣୁ ଗୁଣବତ୍ତାକୁ ଭଲ କରିଥାଏ ।

4. ଡାଇବେଟିସ୍‌ ସମସ୍ୟା ଦୂର କରେ

  1. ପ୍ରତିଦିନ ସକାଳେ ଗଜାବୁଟ ଖାଇଲେ ଏହା ଡାଇବେଟିସ୍‌ ସମସ୍ୟାକୁ ମଧ୍ୟ ଦୂର କରିଥାଏ । ଏଣୁ ଏହାକୁ ଖାଲି ପେଟରେ ଖାଇଲେ ଡାଇବେଟିସ୍‌ରୁ ମୁକ୍ତି ମିଳେ । 
  2. ଗଜାବୁରେ ଗ୍ଲାଇକେମିକ ଇଣ୍ଡେକ୍ସ ଖୁବ୍ କମ୍ ରହିଥାଏ , ଯାହାର ଅର୍ଥ ଏହାକୁ ସେବନ କରିବା ଦ୍ୱାରା ଶରୀରରେ ରକ୍ତ ଶର୍କରା ସ୍ତର ଖୁବ୍ କମ୍ ବଢ଼ିଥାଏ ।  ଏହା ଫାଇବର ଓ ପ୍ରୋଟିନ ର ଭଲ ସ୍ରୋତ ଅଟେ , ତେଣୁ ବ୍ଲଡ଼ ସୁଗାର୍ କୁ ଠିକ୍ ଭାବରେ ରେଗୁଲେଟ କରେ ।

5. ଶରୀରକୁ ଆଇରନ୍‌ ଯୋଗାଏ

  1. ଶରୀରରେ ଆଇରନ୍ କମ୍ ଥିଲେ  ଗଜାବୁଟ ଖାଇବା ଦ୍ୱାରା ତାହା ଦୂର ହୋଇଥାଏ । 
  2. ବୁଟରେ ଆଇରନ ମଧ୍ୟ ରହିଛି | ବୁଟ ସହିତ ଗୁଡ ଖାଇଲେ ଶରୀରରେ ଆଇରନ ଅଭାବ ଦେଖା ଦେଇନଥାଏ |

6. ମୂତ୍ରଜନିତ ସମସ୍ୟା

  1. ଗୁଡ ସହ କିଛି ଗଜା ବୁଟ ମିଶାଇ ତାକୁ ଖାଇବା ଦ୍ୱାରା ବାରମ୍ବାର ବାରମ୍ବାର ପରିଶ୍ରା ଲାଗୁଥିବା ଏବଂ ୟୁରିନ ଇନଫେକ୍ସନ  ସମସ୍ୟା ଦୂର ହେବା ସହ ପାଇଲ୍ସ ଭଳି ସମସ୍ୟାରୁ ମଧ୍ୟ ଉପଶମ ମିଳିଥାଏ ।
  2. ଯଦି ଆପଣଙ୍କର କିଡ୍‌ନୀ ସମସ୍ୟା ରହିଛି, ତେବେ ପ୍ରତ୍ୟେକ ଦିନ ସକାଳେ ଗଜା ବୁଟ  ଅଭ୍ୟାସ କରନ୍ତୁ। ଏହା କିଡ୍‌ନୀ ସମସ୍ୟାରୁ ମଧ୍ୟ ଆପଣଙ୍କୁ ରକ୍ଷା କରିବ।

7. ସ୍କିନ ପାଇଁ ଲାଭଦାୟକ

  1. ଏହାର ନିୟମିତ ସେବନ କରିବା ଦ୍ବାରା ଆପଣଙ୍କର ଚର୍ମ ସମ୍ବନ୍ଧିତ ସମସ୍ୟା ବି ଦୂର ହୋଇଯାଏ । ଏହା ସହିତ ଆପଣଙ୍କର ସ୍କିନରେ ଗ୍ଲୋ ବି ଆସିଥାଏ ।
  2. ଲୁଣ ନ ମିଶାଇ ଗଜା ବୁଟ ଚୋବାଇ  ଖାଇଲେ ତ୍ୱଚା ସୁସ୍ଥ ରହେ ଓ ଏହା ଚିକ୍କଣ ଦିଶେ । କାଛୁ କୁଣ୍ଡିଆ ଭଳି ରୋଗ ମଧ୍ୟ ହୋଇନଥାଏ ।
  3. ଏଥିରେ ଜିଙ୍କ୍ ଏବଂ କପର୍ ରହିଥାଏ । ଯାହା ଚୁଟି ଝଡିବା ମଧ୍ୟ କମ୍ କରିଥାଏ ।

8. ଓଜନ ବଢ଼ାଇବା ଏବଂ କମେଇବାରେ ସାହାଯ୍ୟ କରେ

  1. ଯଦି ଆପଣ ପତଳା ଓ ନିଜ ଶରୀରକୁ ଟିକେ ମୋଟା ଦେଖିବାକୁ ଚାହାଁନ୍ତି, ତେବେ ଏଥିପାଇଁ ମଧ୍ୟ ଗଜା ବୁଟ ଖୁବ୍‌ କାମରେ ଆସେ ।
  2. ଓଜନ ବଢ଼ାଇବା ପାଇଁ ସନ୍ଧ୍ୟାରେ ଦୁଇ ମୁଠା ଅଙ୍କୁରିତ ବୁଟକୁ ଚୋବାଇ ଚୋବାଇ ଖାଆନ୍ତୁ ।
  3. ଅନେକ ଲୋକ ବୁଟ, କ୍ଷୀର ଓ ଗୁଡ ମିଶାଇ ଖାଇଥାନ୍ତି | ଏହାଦ୍ୱାରା ଓଜନ ବଢିବା ସହ ମାଂସପେଶୀ ମଧ୍ୟ ସୁଦୃଢ ହୋଇଥାଏ ଏବଂ ହାଡ ଶକ୍ତ ହୋଇଥାଏ |
  4. ଯଦି ଆପଣଙ୍କ ଓଜନ କମ ଅଛି ଏବଂ ଆପଣ ଓଜନ ବଢାଇବାକୁ ଚାହୁଁଛନ୍ତି ଆପଣ ଗୁଡ ସହିତ ବୁଟ ମିଶାଇ ଖାଇପାରିବେ |
  5. ନିଜର ବଡ଼ି ଫିଟ୍ ନେସ କରିବାକୁ ଚାହୁଁଛନ୍ତି ସେମାନେ ମଧ୍ଯ ନିଜ ବ୍ରେକଫାଷ୍ଟରେ ଗଜା ବୁଟ ଖାଇବା କଥା ।  

  • ଦୈନିକ ବୁଟ ଖାଇବା ଦ୍ୱାରା ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଏହା ହେଉଛି ଗ୍ଲାଇସେମାଇଣ୍ଡେକ୍ସ ନାମକ ଏକ ପୁଷ୍ଟିକର ଖାଦ୍ୟ, ଯାହା ଭୋକ କମାଇ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।
  • ଆମ ଶରୀରରେ ଘ୍ରେଲିନ୍‌ ନାମକ ଏକ ହଙ୍ଗର୍‌ ହରମୋନ୍‌ ରହିଛି। ଯାହା ମସ୍ତିଷ୍କକୁ ଅଧିକ ଖାଇବା ପାଇଁ ନିର୍ଦ୍ଦେଶ ଦେଇଥାଏ। ଏହା ଯୋଗୁ ଆପଣଙ୍କ ଶରୀରର ଓଜନ ବୃଦ୍ଧି ହୋଇଥାଏ। କିନ୍ତୁ ଗଜା ମୁଗ କିମ୍ୱା ବୁଟ ଖାଇଲେ, ଘ୍ରେଲିନ୍‌ ହରମୋନ୍‌ ନିୟନ୍ତ୍ରଣରେ ରହିଥାଏ।
  • ଗଜାବୁଟରେ କ୍ୟାଲୋରୀ କମ୍ ଓ ଫାଇବର ଏବଂ ପ୍ରୋଟିନ ର ମାତ୍ରା ଅଧିକ ଥିବା କାରଣରୁ ଭୋକ ଶୀଘ୍ର ଲାଗି ନଥାଏ ।
  • ବୁଟକୁ ଗୁଣ୍ଡ କରି ଅଟାରେ ମିଶାଇ ପ୍ରତିଦିନ ଖାଇଲେ ଓଜନ କେବେ ମଧ୍ୟ ବଢ଼ିନଥାଏ ବୋଲି କୁହାଯାଏ |
  • ଏହା ଗୋଟିଏ ଲୋ କ୍ୟାଲୋରୀ ଖାଦ୍ୟ ହୋଇଥିବା କାରଣରୁ ଓଜନ ମଧ୍ୟ ବଢ଼ି ନଥାଏ । 

9. ଦୁର୍ବଳ ହୃଦୟ ଥିବା ବ୍ୟକ୍ତି

  1. ଦୁର୍ବଳ ହୃଦୟ ଥିବା ବ୍ୟକ୍ତିମାନେ ପ୍ରତିଦିନ ଗଜାବୁଟ ଖାଇବା ଉଚିତ । ଏହି ଚନାରେ ପ୍ରଚୁର ମାତ୍ରାରେ ମ୍ୟାଗ୍ନେସିୟମ୍ ଏବଂ ଫୋଲେଟ୍ ଥାଏ । ଯାହା କୋଲେଷ୍ଟ୍ରଲ୍ ହ୍ରାସ କରିବାରେ ସହାୟକ ହୋଇଥାଏ ।
  2. ଏଥିରେ ଥିବା ଆଇରନ୍‌ ଓ କପର୍‌ ଆପଣଙ୍କ ଶରୀରରେ ରେଡ୍‌ ବ୍ଲଡ୍‌ ସେଲ୍‌ର ବୃଦ୍ଧି କରାଇଥାଏ। ଏହା ସହିତ ରକ୍ତରେ କୋଲେଷ୍ଟରଲ୍‌ ସ୍ତର ହ୍ରାସ କରି ହାର୍ଟ ଆଟାକରୁ ରକ୍ଷା କରିଥାଏ।

10. ହିମୋଗ୍ଲୋବିନ୍‌ ସ୍ତରର ବଢ଼ାଏ

  1. ପ୍ରତ୍ୟେକ ଦିନ ସକାଳୁ ଏକ ମୁଠା ଗଜା ଚଣା ଖାଇବା ଦ୍ବାରା ଶରୀରରେ ରକ୍ତାଭାବ ଦୂର ହୋଇଯାଏ। କାରଣ ଏଥିରୁ ଆଇରନ୍‌ ଓ ଫସଫରସ ମିଳିଥାଏ। ଯାହା ହିମୋଗ୍ଲୋବିନ୍‌ ସ୍ତରକୁ ବଢ଼ାଇ ଥାଏ। ଏହା ସବୁଦିନ ଖାଇଲେ ଶାରୀରିକ ଦୁର୍ବଳତା ଦୂର ହୋଇଥାଏ ।
  2. ରକ୍ତହୀନତା ରୋଗ ମହିଳାମାନଙ୍କଠାରେ ଅଧିକ ଦେଖାଯାଏ । ସେମାନେ ଅଙ୍କୁରିତ ବୁଟ ସେବନ କରିବା ଆବଶ୍ୟକ । ଏଥିରୁ ଲାଭ ମିଳିଥାଏ ।
  3. ଆନିମିଆ ରୋଗୀମାନେ ଗଜା ବୁଟ ଖାଇଲେ ଏହା ତାଙ୍କ ଶରୀରରେ ରକ୍ତ ସୃଷ୍ଟି କରିଥାଏ | ସେଥିପାଇଁ ସେମାନେ ଗଜା ବୁଟ ସହ ଗୁଡ ମିସେଇକି ଖାଇବା ଜରୁରୀ ଅଟେ |

10. ଉଚ୍ଚ ରକ୍ତଚାପ

ଯଦି ରକ୍ତଚାପ ଥାଏ । ତେବେ ଗଜା ବୁଟ ଖାଇବା ଉଚିତ । କାରଣ ଏହା ରକ୍ତବାହୀକୁ ସ୍ୱାଭାବିକ କରିଥାଏ । ଯାହା ଉଚ୍ଚ ରକ୍ତଚାପର ଆଶଙ୍କା ହ୍ରାସ କରିଥାଏ ।

11. ମେଟାଵୋଲିଯିମ୍ ସ୍ତର ଉନ୍ନତ ହୋଇଥାଏ

  1. ଚଣା ସେବନ କରିବା ଦ୍ୱାରା ଆପଣଙ୍କ ପାଚନ ତନ୍ତ୍ର ସୁଦୃଢ ହୋଇ ମେଟାଵୋଲିଯିମ୍ ସ୍ତର ଉନ୍ନତ ହୋଇଥାଏ ।
  2. ମେଟାବୋଲିଯିମ୍ ସ୍ତର ଦୃତ ଗତିରେ ବଢିବା ଦ୍ଵାରା ଆପଣ ଅଧିକ ଫ୍ୟାଟ ବର୍ନ କରିବେ। 

12. କର୍କଟରୋଗର ଆଶଙ୍କା କରେ ହ୍ରାସ

ବୁଟରେ ବଟାଇରେଟ ନାମକ ଏକ ଫ୍ୟାଟି ଏସିଡ ଥାଏ, ଯାହା କର୍କଟ ରୋଗ ସୃଷ୍ଟି କରୁଥିବା କୋଷଗୁଡ଼ିକୁ ଦୂର କରିବାରେ ସାହାଯ୍ୟ କରିଥାଏ ।


13. ଦୃଷ୍ଟି ଶକ୍ତି

  1. ଏଥିରେ ଭିଟାମିନ୍‌ ‘ଏ’ ପ୍ରଚୁର ପରିମାଣରେ ଥିବାରୁ ଆପଣଙ୍କର ଦୃଷ୍ଟି ଶକ୍ତି ପ୍ରଖର ହୋଇଥାଏ। 
  2. ଆଖି ପାଇଁ ଲାଭଦାୟକ ବୁଟ ଆଖି ପାଇଁ ଅତ୍ୟନ୍ତ ଲାଭଦାୟକ, କାରଣ ଏଥିରେ କୈରୋଟିନ ଉପାଦାନ ମିଳିଥାଏ । ଏହି ଉପାଦାନ ମୁଖ୍ୟତଃ ଆଖି କୋଷଗୁଡ଼ିକୁ କ୍ଷତିରୁ ରକ୍ଷା କରିଥାଏ ।

ବୁଟ ଗଜାରେ ଫସଫରସର ମାତ୍ରା ଅଧିକ ଥାଏ। ଏହାକୁ ଖାଇଲେ ଦାନ୍ତ ମଜଭୁତ ହେବା ସହ ମାଢ଼ି ସମସ୍ୟା ଦୂର ହୁଏ।

ଏଥିରେ ଥିବା ଟ୍ରିପ୍ଟାଫେନ୍ ମାନସିକ ଚାପ କମ୍ କରି ଶାନ୍ତି ପ୍ରଦାନ କରେ।

ବୁଟ ଶରୀରରେ ଥିବା ଅନାବଶ୍ୟକ ଜଳକୁ ହାର୍ଡ କରିଥାଏ | ଶ୍ୱାସ ରୋଗୀ, ଏଲର୍ଜୀ ଥିବା ରୋଗୀ, କିମ୍ବା ଯେଉଁମାନଙ୍କର ବହୁତ ସ୍ୱେଲିଙ୍ଗ ହୋଇଥାଏ ସେମାନେ ଅଟାରେ ବୁଟ ଅଟା ମିଶାଇ ଖାଇବା ଅତ୍ୟନ୍ତ ଲାଭଦାୟକ ପ୍ରମାଣିତ ହୋଇଥାଏ | ଏହାଦ୍ୱାରା ସ୍ୱେଲିଙ୍ଗ ମଧ୍ୟ କମିଯାଇଥାଏ |

କିନ୍ତୁ ମନେ ରଖିବେ  ଯେଉଁମାନଙ୍କର ଲିଭର ଜନିତ ସମସ୍ୟା ଅଛି ସେମାନେ ଗଜାବୁଟ ଭୁଲରେ ବି ଖାଆନ୍ତୁ ନାହିଁ ।

Post a Comment

0 Comments